ଯାଜପୁର ଜିଲ୍ଲାର ବିଂଝାରପୁର ବ୍ଲକ ଅନ୍ତର୍ଗତ ବଡ଼ପାଳ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଆଶା ଲତା ଶତପଥିଙ୍କୁ ପବିତ୍ର ନବବର୍ଷ ଉପଲକ୍ଷେ ସ୍ବର୍ଣ୍ଣଲକ୍ଷ୍ମୀ ଝୋଟିରାଣୀ ସମ୍ମାନ- ୨୦୨୨ରେ ସମ୍ମାନିତ କରାଯାଇଅଛି । ପ୍ରକାଶ ଥାଉକି ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଗତ ମାର୍ଗଶିର ମାସ ୬ଟି ଗୁରୁବାର ସେର ପାଳିରେ ମାଆମାନେ ପକାଉଥିବା ଗୁରୁବାର ସେର ଝୋଟିକୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା l ଏଥିରେ ବିଚାରକ ଭାବରେ ବାଲେଶ୍ୱର ଜିଲ୍ଲାର ବରିଷ୍ଠ ଚିତ୍ରଶିଳ୍ପୀ କେଶୁ ଦାସ, ନାଇଜେରିଆର ବରିଷ୍ଠ ସମାଜସେବୀ ସାଇରିଆକସ କୁଡୁରୁ, ନାଇଜେରିଆ ଇମୋ ଷ୍ଟେଟ ୟୁନିଭରସିଟିର ଫ୍ରେଞ୍ଚ ଭାଷାର ଅଧ୍ୟାପକ ଡ଼ଃ ଚିଡି ଲେଜେଓମା, ନେପାଳଦେଶର ବରିଷ୍ଠ ଲେଖକ ତଥା ଶିକ୍ଷାବିତ ରାମେଶ୍ୱର ଯାଦବ, ତାଞ୍ଜାନିଆର ଡିରାମାକିନି ବିଜନେସ ଲିମିଟେଡ଼ର ପରିଚାଳନା ନିର୍ଦେଶକ ଗଡ଼ଫ୍ରେୟ ଇସ୍ମାଏଲ୍ୟ ନଙ୍କୋ, କେନିଆର ଡାଗା ଫାଇଣ୍ଡର ଏଣ୍ଟରପ୍ରାଇଜେର୍ସର ନିର୍ଦେଶକ ଦା୍ଭିଡ଼ ଗାଚୁହି, ବାଂଲାଦେଶର ସ୍ୟାଲହେଟ ଡିଭିଜନର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ହାଜ୍ଜେ କେଶ ଚ୍ୟା, ନାଇଜେରିଆର ଆନସା ଷ୍ଟ୍ରିଟୱାଇଜ ମିଡ଼ିଆ ଆଣ୍ଡ ଡିଜିଟାଲ ଲିମିଟେଡ଼ର ମୁଖ୍ୟ ପରିଚାଳନା ସମ୍ପାଦିକା ଆଁକେଲ ବାବ୍ସ ଓଲୁ ୱାଟୋଇନ ଗ୍ରେସ,ସାଉଥ ଆଫ୍ରିକା କେଜେଡଏନ ନାମୁହ୍ଲା କମ୍ୟୁନିଟି ନ୍ୟୁଜପେପରର ପବ୍ଲିସିଂ ଏଡିଟର ସେହେଇଲା ମହଲୋଂଗ, ସିରିଆ ଦେଶର ଆରବିକ ଭାଷାର ବର୍ଷିଆନ ଶିକ୍ଷାବିତ ଆନସ୍, ପାରାଗୁଏ ଦେଶର ବର୍ଷିଆନ ସମାଜସେବୀ ସେଭେରିଆନୋ ଏସକ୍ଵିଭେଲ ଗାଭିଲାନ, ଫିଲିପାଇନ୍ସର ବରିଷ୍ଠ ଗବେଷକ ଡ଼ଃ ନ୍ଵାଙ୍କୋ ଟୋନି ନ୍ଵାଏଜେଇଗୁଏ, ଆଫଗାନିସ୍ଥାନର ଯୁବ ଚିକିତ୍ସକ ଡା. ସାୟେଦ ନ୍ଵାକିବୁଲ୍ଲାହ ଆଦି ବିଭିନ୍ନ ଦେଶର ବିଚାରକ ମାନେ ଯୋଗଦାନ କରିଥିଲେ । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ସୂଚନା ଅନୁଯାୟୀ ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ଆନ୍ତର୍ଜାତିକ ସ୍ତରରେ ପରିଚିତ କରାଇବାର ଏହା ହେଉଛି ଏକ ମାଧ୍ୟମ । ଏଥିରେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡ଼ିଆ ମାଆ ମାନେ ଭାଗ ନେଇଥିଲେ । ଝୋଟି ପ୍ରତିଯୋଗିତାରେ ଭାଗ ନେଇଥିବା ମୋଟ ୫୭୩୩ଟି ଗୁରୁବାରସେର ଝୋଟି ମଧ୍ୟରୁ ଆଶାଲତାଙ୍କର ଝୋଟିଟି ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଫାଉଣ୍ଡେସନ ପକ୍ଷରୁ ସ୍ବର୍ଣ୍ଣଲକ୍ଷ୍ମୀ ଝୋଟିରାଣୀ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଥିଲା ।
Popular Posts
-
Topic : Winter In My Village An international people's enhancement organization for peace & harmony established in B...
-
INDIA: Chinmaya Foundation's Day Number 907 To 911 For Covid-19 Awareness, Kit & Relief Distribution in Keonjhar (Kendujhar) Dist...
-
Chinmaya Foundation Programs / News 1. INDIA: Chinmaya Foundation’s 130th Weekly Program For Covid-19 Awareness, Kit & Relief Distrib...
-
ମାଆ ମାନଙ୍କୁ ନେଇ ଗୁରୁବାରସେର ଝୋଟି ପ୍ରତିଯୋଗିତା ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମାଆ ମାନଙ୍କୁ ନେଇ ଏକ ମାସ ଗୁରୁବାର ସେର ଝୋଟି ପ୍ରତିଯୋଗିତା ଚାଲୁ ରହିବ । ଝୋଟି ଚ...
-
ଦୈନିକ ଅନୁଧ୍ୟାନ ଦୈନିକ ପୃଷ୍ଠଭୂମି http://awajmedia.com/2023/02/05/jajpur-news-awaj-media-385/ https://lm.facebook.com/l...
-
*Golden Opportunity for Working Women , Housewives & Female Student Contestants* Chinmaya Foundation, an international people's enh...
-
* ଆନ୍ତର୍ଜାତିକ ସବୁଜ ଯୋଦ୍ଧା ଓ ଆନ୍ତର୍ଜାତିକ ଗଛ ମଣିଷ ସମ୍ମାନ :୨୦୨୩-୨୪ ନିମନ୍ତେ ଆବେଦନ* ମହାଶୟ/ ମହାଶୟା, ସମ୍ପ୍ରତି ପରିବେଶ ପ୍ରଦୂଷଣ ଓ ବିଶ୍ୱ ତାପା...
Follow on Facebook
Blog Archive
- May 2025 (1)
- April 2025 (7)
- December 2024 (3)
- February 2023 (4)
- January 2023 (10)
- November 2022 (3)
- September 2022 (2)
- August 2022 (1)
- May 2022 (11)