ଜାଗର ଉପଲକ୍ଷେ ଚିନ୍ମୟ ଫାଉଣ୍ଡେସନର ତିନି ଦିନିଆ ଖାଦ୍ୟ ବଣ୍ଟନ ସହ କରୋନା କିଟ୍ ପ୍ରଦାନ : ୧୦୬୬ ଦିନରେ ପହଞ୍ଚିଲା ସଚେତନତା ଅଭିଯାନ !!!

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : 
ଫ୍ରେବୃୟାରି ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଯାଜପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲା ମାନଙ୍କରେ ଥିବା ବସଷ୍ଟାଣ୍ଡ, ରେଳୱେ ଷ୍ଟେସନ ଆଦି ସ୍ଥାନ ମାନଙ୍କରେ ବୁଭୁକ୍ଷୁ ମାନଙ୍କୁ ଚିହ୍ନଟ କରାଯାଇ ଚିନ୍ମୟ ଫାଉଣ୍ଡେସନର ସ୍ଵେଚ୍ଛାସେବୀ ମାନେ ଖାଦ୍ୟ ସହ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ଅସଚେତନ ବ୍ୟକ୍ତି ମାନଙ୍କୁ ସଚେତନ ସହ କୋଭିଡ୍ କିଟ୍ ମାନ ବଣ୍ଟନ କରୁଥିବାର ଦେଖିବାକୁ ମିଳିଥିଲା । ମହା ଶିବରାତ୍ରୀ ଉପଲକ୍ଷେ ଉପବାସ ରହିଥିବା ବ୍ୟକ୍ତି ମାନଙ୍କୁ ଫଳ ଯୋଗାଣ କରାଯାଇଥିଲା । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର୍, ସମାଜସେବୀ ଦୀପକ ଜେନା, ନିର୍ମଳ ଜେନା, ବିଶ୍ୱଜିତ୍ ଦାସ, ତରୁଣ କୁମାର ବାରିକ, ଗୋଲାପ ଦୀପଙ୍କ ସମେତ ଫାଉଣ୍ଡେସନର ବହୁ ସ୍ବେଛାସେବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଚିନ୍ମୟ ଫାଉଣ୍ଡେସନର ଏହି କାର୍ଯ୍ୟକ୍ରମ ନିରବଚ୍ଛିନ୍ନ ପ୍ରକ୍ରିୟାରେ ୧୦୬୬ ଦିନରେ ପହଞ୍ଚିଛି ବୋଲି ଫାଉଣ୍ଡସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

INTERNATIONAL ECO-ENHANCEMENT & PROTECTION PROGRAM "BANANEE"

*ଆନ୍ତର୍ଜାତିକ ସବୁଜ ଯୋଦ୍ଧା ଓ ଆନ୍ତର୍ଜାତିକ  ଗଛ ମଣିଷ ସମ୍ମାନ :୨୦୨୩-୨୪ ନିମନ୍ତେ ଆବେଦନ*

ମହାଶୟ/ ମହାଶୟା,
         ସମ୍ପ୍ରତି ପରିବେଶ ପ୍ରଦୂଷଣ ଓ ବିଶ୍ୱ ତାପାୟନକୁ ରୋକିବା ନିମନ୍ତେ ବହୁଳ ପରିମାଣରେ ବୃକ୍ଷ ରୋପଣର ଆବଶ୍ୟକତା ରହିଛି । ଏଥି ନିମନ୍ତେ ଆନ୍ତର୍ଜାତୀୟ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ୍ ଦ୍ଵାରା ପରଚାଳିତ କାର୍ଯ୍ୟକ୍ରମ ଆନ୍ତର୍ଜାତୀକ ସବୁଜ ସୁରକ୍ଷା କାର୍ଯ୍ୟକ୍ରମ ବନାନୀ ପକ୍ଷରୁ ସମଗ୍ର ବିଶ୍ୱର ସମସ୍ତ ଦେଶର ସଚେତନ ନାଗରିକ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଆନ୍ତର୍ଜାତିକ ସବୁଜ ଯୋଦ୍ଧା ଓ ଆନ୍ତର୍ଜାତିକ ଗଛ ମଣିଷ ସମ୍ମାନରେ ସମ୍ମାନିତ କରାଯିବା ପାଇଁ ସ୍ଥିର କରାଯାଇଅଛି । ଏଥିରେ ସମସ୍ତ ସାମାଜିକ/ ଅଧ୍ୟାତ୍ମିକ /ସାଂସ୍କୃତିକ ସଙ୍ଗଠନ, ଅନୁଷ୍ଠାନ, କ୍ଲବ୍, ଟ୍ରଷ୍ଟ, ଏନଜିଓ,  ପରିବେଶବିତ୍, ସଚେତନ ନାଗରିକଙ୍କ ସମେତ ବିଭିନ୍ନ ଶିକ୍ଷା ଅନୁଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଆଦିର  ଛାତ୍ର/ଛାତ୍ରୀ ମାନେ ଭାଗ ନେଇ ପାରିବେ। ସେମାନେ ଚିନ୍ମୟ ଫାଉଣ୍ଡେସନର ବ୍ୟାନର ସହ ବୃ୍କ୍ଷରୋପଣ  ସମୟର ଫଟୋ ଓ ଭିଡ଼ିଓ ପଠାଇ ପାରିବେ। ଫୋଟୋ ଏବଂ ଭିଡ଼ିଓ ଗୁଡ଼ିକୁ ଫାଉଣ୍ଡେସନର ହ୍ୱାଟସପ୍ ସଂଖ୍ୟା( +୯୧) ୯୯୩୮୮୧୦୫୩୯ / ୮୩୨୮୮୭୬୦୩୮ ରେ ପଠାଇବା ସହ ଫଟୋ ଗୁଡିକୁ ପିଡ଼ିଏଫ କିମ୍ବା ଜେ ପି ଜି ଫର୍ମାଟରେ  dashchinmaya83@gmail.com ରେ ପଠାଇ ପାରିବେ। ଏହି କାର୍ଯ୍ୟକ୍ରମରେ ଏକ ବର୍ଷ ମଧ୍ୟରେ ସର୍ବନିମ୍ନ ୧୦୦ରୁ ୧୫୦ଟି ଗଛ ଲଗାଇ ବଞ୍ଚାଇ ରଖିଥିବା ଅନୁଷ୍ଠାନ/ ବ୍ୟକ୍ତିଙ୍କୁ ଇଣ୍ଟରନେସନାଲ ଗ୍ରୀନ ୱାରିୟର ଆୱାର୍ଡ଼ ସହ ଶହେରୁ ଉର୍ଦ୍ଧ୍ବ ଗଛ ଲଗାଇଥିବା ଅନୁଷ୍ଠାନ/ ବ୍ୟକ୍ତିଙ୍କୁ ଇଣ୍ଟରନେସନାଲ ଟ୍ରି ମ୍ୟାନ ଆୱାର୍ଡ଼ ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମ ୨୬ ଜାନୁୟାରୀ ୨୦୨୩ରୁ ୨୫ ଜାନୁଆରୀ ୨୦୨୪ ପର୍ଯ୍ୟନ୍ତ ଦୀର୍ଘ ଏକ ବର୍ଷ ଧରି ଚାଲୁ ରହିବ । ଏଥିରେ ଭାଗ ନେଇଥିବା ସମସ୍ତ ଅନୁଷ୍ଠାନ ତଥା ବ୍ୟକ୍ତି ମାନେ ଫାଉଣ୍ଡେସନର ସ୍ଵତନ୍ତ୍ର ବ୍ୟାନର ସହ ଆସନ୍ତା ୨୫ଜାନୁୟାରୀ ୨୦୨୪ ରାତି ୧୨ଘଟିକା ସୁଦ୍ଧା ସେମାନଙ୍କର ସମସ୍ତ ଫଟୋ, ଭିଡ଼ିଓ ସହ ମୋଟ ଲଗାଇଥିବା ଗଛ ସଂଖ୍ୟା,  ନାମ/ଅନୁଷ୍ଠାନର ନାମ,  ଠିକଣା , ଯୋଗାଯୋଗ ସଂଖ୍ୟା, ଇମେଲ ଆଦିକୁ ଆମ ହ୍ଵାଟସାପ (+୯୧) ୯୯୩୮୮୧୦୫୩୯ / ୮୩୨୮୮୭୬୦୩୮ କିମ୍ବା ଇମେଲ୍ dashchinmaya83@gmail.com ମାଧ୍ୟମରେ ପଠାଇ ପାରିବେ।

*Apply / Appear for International Tree Man & International Green Worrier Award for the Session 2023-24*

 Sir/Madam,
          Currently, there is a need to plant trees on a large scale to prevent environmental pollution and global warming.  For this, a program organised by the international people's enhancement organization for peace & harmony  "Chinmaya Foundation" has been decided on behalf of the program international eco- enhancement protection program Bananee to encourage & produce  the conscious citizens of all the countries of the earth by honouring the INTERNATIONAL GREEN WORRIER & INTERNATIONAL TREE MAN AWARDS.  All Social/Spiritual/Cultural Associations, Institutions, Clubs, Trusts, NGOs, Environmentalists, Conscious Citizens including students & staffs of various Educational Institutions, Schools, Colleges, Universities etc. can participate in this.  They can send photos and videos of tree planting with the banner of Chinmaya Foundation.  Photos and videos can be sent to the foundation's WhatsApp number (+91) 9938810539 / 8328876038 and send the photos in PDF or JPG format to dashchinmaya83@gmail.com.  The International Green Warrior Award will be given to institutions/individuals who have planted at least 100 to 150 numbers of trees in a year and the International Tree Man Award will be given to institutions/individuals who have planted more than 150 trees.  This program will continue from 26 January 2023 to 25 January 2024.  All the institutions and individuals who participated in this, by 25 January 2024 at 12:00 PM, send all their photos, videos in the special banner of Chinmaya Foundation  along with the total number of trees planted, name/institution name, address, contact number, email etc. to our WhatsApp (+91) 9938810539 / 8328876038 or our email  dashchinmaya83@gmail.com.